ଠାକୁରମୁଣ୍ଡା (ktv) ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମରେ ଠାକୁମୁଣ୍ଡା ବ୍ଲକସ୍ତରୀୟ କୁଡୁମି ସଂଗଠନ ଦ୍ବାରା ଗ୍ରାମ୍ୟ ସ୍ତରୀୟ କୁଡୁମି ଜାତି ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି I ବୈଠକରେ ଲକ୍ଷ୍ମୀଧର ମହାନ୍ତ ସଭାନ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ରେ ରାଧାଶ୍ୟାମ ମହାନ୍ତ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଘରେ ଜାତିର ଭାଷା, , ନେଗି, ନେଗାଚାରି, ସଂସ୍କୃତି ବନାମ ବା ଅପସଂସ୍କୃତି, ଅଧୂକାର ଆଦି ଉପରେ ଭାଗିରଥ୍ ମହାନ୍ତ, ଗଦାଧର ମହାନ୍ତ, ରବୀ ମହାନ୍ତ ଆଦି ଆଦି ଆଲୋଚନା କରିଥିଲେ । ।। ଶେଷରେ ଜାତିର ସଚେତନତା ମୂଳକ ସଙ୍ଗୀତ ଝୁମର ମର ଶିଳ୍ପୀ କର୍ମୀ ମହାନ୍ତ ଗାନ କରିଥିଲେ । ଗ୍ରାମର ପୂର୍ବରୁ ଥିବା ଗ୍ରାମ୍ୟ ଦେହୁରୀ ଚିନ୍ମୟ ମହାନ୍ତ, ବୁଧୁରାମ ମହାନ୍ତ ଏବଂ ଡାକୁଆ ଭାବେ ବ୍ରଜବନ୍ଧୁ ମହାନ୍ତ, ହରିହର ମହାନ୍ତଙ୍କୁ ପୁନଃ ଚୟନ କରାଗଲା I ନୂତନ ଗ୍ରାମ୍ୟ ପ୍ରଧାନ ଭାବେ ଲକ୍ଷ୍ମୀଧର ମହାନ୍ତ ଚୟନ ହୋଇଥିବାବେଳେ କମିଟିର ସଭ୍ୟ ଭାବେ ଭରତ ଚନ୍ଦ୍ରମହାନ୍ତ, ଯୋଗେଶ୍ବର ମହାନ୍ତ ଏବଂ ମହିଳା ସଭ୍ୟା ଭାବେ ମାଳତୀ ମହାନ୍ତ ଓ ପ୍ରଭାତୀ ମହାନ୍ତ ମନୋନୀତ ହୋଇଥିଲେ। ବୈଠକକୁ ସୁରେଶ ମହାନ୍ତ ପରିଚାଳନା କରିଥିଲେ। ପରବର୍ଷି ବୈ ବୈଠକ ଆଗାମୀ ମେ ମେ ମାସ ୨୨ତାରିଖ ଜରକ ଗ୍ରାମ ପଂଚାୟତ ଘଣ୍ଟିଆଦର ଠାରେ କରିବା ପାଇଁ ସ୍ଥିର କରାଯା ଗ୍ରାମରେ ଯାଇଛି।



Post a Comment